ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୨୬୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୨୮୯୫ ଆକ୍ରାନ୍ତ ସହ ଆଜିର ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୨୯୮୬ ବୋଲି ଜଣାଯାଇଛି । ଫଳରେ ଅଗଷ୍ଟ ୩୧ ଦିନରେ ଜିଲ୍ଲାରେ ୨୩୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୬୨୮ ରହିଥିଲା । ଅନ୍ୟପକ୍ଷେ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ସେହି ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ୩୧ ତାରିଖ ସଂନ୍ଧ୍ୟା ୮ ଘଟିକା ସୁଦ୍ଧା ନୟାଗଡ଼ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






