ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୩୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୨୫୬୧ ଆକ୍ରାନ୍ତ ସହ ଆଜିର ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୨୬୩୭ ବୋଲି ଜଣାଯାଇଛି । ଫଳରେ ଅଗଷ୍ଟ ୨୭ ଦିନରେ ଜିଲ୍ଲାରେ ୨୦୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୬୨୮ ରହିଥିଲା । ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭୬ ଆକ୍ରାନ୍ତଙ୍କ ମଧ୍ୟରେ ଭାପୁର ବ୍ଲକରୁ ୧୨ ଜଣ, ଦଶପଲ୍ଲାରୁ ୯ ଜଣ, ଗଣିଆ ବ୍ଲକରୁ ଜଣେ, ଖଣ୍ଡପଡ଼ା ୧୦ ଜଣ, ନୟାଗଡ଼ ବ୍ଲକରୁ ୧୯ ଜଣ, ନୂଆଗାଁ ବ୍ଲକରୁ ୩ ଜଣ, ଓଡ଼ଗାଁ ବ୍ଲକରୁ ୫ ଜଣ, ରଣପୁର ବ୍ଲକରୁ ୧୧ ଜଣ, ନୟାଗଡ଼ ପୈାରାଞ୍ଚଳରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।






