ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୯୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ରେ ପଂହଚିଛି । ସେଥିମଧ୍ୟରେ ୧୮୨୬ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୧୦୩ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧, ବାଲେଶ୍ୱର ୮୮, ବରଗଡ଼ ୬୨, ଭଦ୍ରକ ୬୬, ବଲାଙ୍ଗିର ୫୭, ବୈାଦ୍ଦ ୩, କଟକ ୫୮୯, ଦେବଗଡ଼ ୨, ଢେଙ୍କାନାଳ ୧୩, ଗଂଜାମ ୧୭୯, ଗଜପତି ୩, ଜଗତସିଂହପୁର ୫୧, ଯାଜପୁର ୨୧୫, ଝାରସୁଗୁଡ଼ା ୨୦, କଳାହାଣ୍ଡି ୩୦, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୫୬, କେନ୍ଦୁଝର ୩୦, ଖୋର୍ଦ୍ଧା ୪୭୭, କୋରାପୁଟ ୧୮୧, ମାଲକାନଗିରି ୭୮, ମୟୁରଭଂଜ ୧୫୬, ନବରଂଗପୁର ୨୬, ନୟାଗଡ଼ ୯୩, ନୂଆପଡ଼ା ୨, ପୁରୀ ୮୬, ରାୟଗଡ଼ା ୧୪୩, ସମ୍ବଲପୁର ୧୦୪, ସୋନପୁର ୨୬, ସୁନ୍ଦରଗଡ଼ ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୬୦୨ ଟି ମାମଲା ସକ୍ରିୟ ରହିଥିବା ୫୪୪୦୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






