ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ଆଜି ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ୨ ଜଣ, ଦଶପଲ୍ଲାରୁ ୧୪ ଜଣ, ଗଣିଆ ବ୍ଲକରୁ ଜଣେ, ଖଣ୍ଡପଡ଼ାରୁ ୬ ଜଣ, ନୟାଗଡ଼ ବ୍ଲକରୁ ୮, ନୂଆଗାଁରୁ ୬ ଜଣ, ଓଡ଼ଗାଁ ବ୍ଲକରୁ ୭ ଜଣ, ରଣପୁରରୁ ୧୨, ନୟାଗଡ଼ ପୈାରାଞ୍ଚଳରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୦୪୧ ବୋଲି ଜଣାଯାଇଛି ।





