ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୨୦ ରେ ପଂହଚିଛି । ସେଥିମଧ୍ୟରେ ୧୭୯୭ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୧୦୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୬, ବାଲେଶ୍ୱର ୧୪୦, ବରଗଡ଼ ୯, ଭଦ୍ରକ ୧୦୭, ବଲାଙ୍ଗିର ୧୭୩, ବୈାଦ୍ଦ ୧, କଟକ ୨୪୧, ଦେବଗଡ଼ ୩, ଢେଙ୍କାନାଳ ୪୪, ଗଂଜାମ ୨୨୬, ଗଜପତି ୫୩, ଜଗତସିଂହପୁର ୮୪, ଯାଜପୁର ୬୯, ଝାରସୁଗୁଡ଼ା ୪୯, କଳାହାଣ୍ଡି ୭୬, କନ୍ଧମାଳ ୬୩, କେନ୍ଦ୍ରାପଡ଼ା ୫୭, କେନ୍ଦୁଝର ୩୫, ଖୋର୍ଦ୍ଧା ୫୨୪, କୋରାପୁଟ ୧୩୨, ମାଲକାନଗିରି ୫୬, ମୟୁରଭଂଜ ୫୩, ନବରଂଗପୁର ୩୭, ନୟାଗଡ଼ ୨୩୨, ନୂଆପଡ଼ା ୮, ପୁରୀ ୧୦୪, ରାୟଗଡ଼ା ୧୦୫, ସମ୍ବଲପୁର ୭୭, ସୋନପୁର ୨୩, ସୁନ୍ଦରଗଡ଼ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୬୫୧ ଟି ମାମଲା ସକ୍ରିୟ ରହିଥିବା ୪୬୯୩୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






