Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆ ୧୩ କରୋନା ଆକ୍ରାନ୍ତ, ରଣପୁର ଏନ୍‌ଏସି କଣ୍ଟେନ୍‌ମେଣ୍ଟ

by Anil Panda
August 17, 2020
in Feature News, Nayagarh
୪0 ସ୍ଥାନୀୟ ସଂକ୍ରମିତ, ମୋଟ ୯୦୫
489
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୨୨୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ୧୪୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୧୩ ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୧୪୯୫ ବୋଲି ଜଣାଯାଇଛି । ଫଳରେ ଅଗଷ୍ଟ ୧୬ ଦିନରେ ଜିଲ୍ଲାରେ ୮୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୬୨୮ ରହିଥିଲା । ଆଜି ଚିହ୍ନଟ ହୋଇଥିବା ୧୩ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ଜଣେ, ଦଶପଲ୍ଲା ବ୍ଲକରୁ ୧୨ ଜଣ, ଗଣିଆ ବ୍ଲକରୁ ଜଣେ, ଖଣ୍ଡପଡ଼ା ବ୍ଲକରୁ ୪ ଜଣ, ନୟାଗଡ଼ ବ୍ଲକରୁ ୯ ଜଣ, ଖଣ୍ଡପଡ଼ା ବ୍ଲକରୁ ଜଣେ, ନୟାଗୃଡ଼ ବ୍ଲକରୁ ଜଣେ, ଓଡ଼ଗାଁ ବ୍ଲକରୁ ଜଣେ, ରଣପୁର ବ୍ଲକରୁ ୮ ଜଣ ଏବଂ ନୟାଗଡ଼ ପୈାରାଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ, ନୟାଗଡ଼ ଜିଲ୍ଲା ରଣପୁର ଏନ୍‌ଏସି ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଜିଲ୍ଲାପାଳ ଡ. ପୋମା ଟୁଡୁ ଗତକାଲି କିଛି ସାହିକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଥିବା ଜଣାଯାଇଛି । ରଣପୁର ଏନ୍‌ଏସି ୱାର୍ଡ଼ ନଂ ୩ ର ହରିଜନସାହି, ଡମସାହି, ବାଉରିସାହି ଏବଂ ମାଣିକପାଟଣାସାହିକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ କରିବା ସହ ୨ ନଂ ୱାର୍ଡ଼ ହାଟସାହିକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!