ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୨ରେ ପଂହଚିଛି । ସେଥିମଧ୍ୟରେ ୧୨୨୫ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୭୫୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୬, ବାଲେଶ୍ୱର ୫୯, ବରଗଡ଼ ୨୭, ଭଦ୍ରକ ୬୫, ବଲାଙ୍ଗିର ୨୭, ବୈାଦ୍ଦ ୨୨, କଟକ ୧୩୧, ଦେଓଗଡ଼ ୧୬, ଢେଙ୍କାନାଳ ୩୯, ଗଂଜାମ ୨୬୭, ଗଜପତି ୮, ଜଗତସିଂହପୁର ୪୨, ଯାଜପୁର ୬୦, ଝାରସୁଗୁଡ଼ା ୮, କଳାହାଣ୍ଡି ୩୯, କନ୍ଧମାଳ ୧୭୯, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୩, ଖୋର୍ଦ୍ଧା ୨୭୪, କୋରାପୁଟ ୯୭, ମାଲକାନଗିରି ୬୪, ମୟୁରଭଂଜ ୩୭, ନବରଂଗପୁର ୧୮, ନୟାଗଡ଼ ୫୬, ନୂଆପଡ଼ା ୧୬, ପୁରୀ ୭୭, ରାୟଗଡ଼ା ୫୫, ସମ୍ବଲପୁର ୩୮, ସୋନପୁର ୫୭, ସୁନ୍ଦରଗଡ଼ ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮୦୮ ଟି ମାମଲା ସକ୍ରିୟ ରହିଥିବା ୩୬୪୭୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





