ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପଂହଚିଛି । ରାଜ୍ୟର ୧୬ ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ଗଂଜାମ ଜିଲ୍ଲାରୁ ୪, ଯାଜପୁର ୧, ବାଲେଶ୍ୱର ୫, ଭଦ୍ରକ ୮, ଖୋର୍ଦ୍ଧା ୫, କେନ୍ଦ୍ରାପଡ଼ା ୧୫, ଜଗତସିଂହପୁର ୧୦, ଦେବଗଡ଼ ୨୨, ବଲାଙ୍ଗିର ୮, ମାଲାକାନଗିରି ୯, ଗଜପତି ଓ କୋରାପୁଟ ୬ ଜଣ ଲେଖାଏଁ ଏବଂ ମୟୁରଭଂଜ, କେନ୍ଦୁଝର, କନ୍ଧମାଳ, ଢ଼େଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୪୩୮ ଜଣ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୧ ଜଣ ସକ୍ରିୟ ଥିବା ବେଳେ ୫୫୦ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୭ ଜଣ ମୃତ୍ୟୁ ବରଣ କରିଛନ୍ତି ।






