ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ୨୬ ଜିଲ୍ଲାକୁ କରୋନା ଛୁଇଁଥିବା ବେଳେ ନୂଆ ଜିଲ୍ଲା ଭାବେ ନବରଙ୍ଗପୁର ଓ ଗଜପତି ସାମିଲ ହୋଇଛି । ରାଜ୍ୟରେ ମୋଟ ୮୨୬ ଜଣ ଆକ୍ରାନ୍ତ ଅଛନ୍ତି । ଆଜିର ୮୦ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍ ଗୃହରେ ଥିବା ବେଳେ କ୍ୱାରେଣ୍ଟାଇନ୍ ଜୋନ୍ରେ ୨ ଜଣ ଏବଂ ବାହ୍ୟ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୮୦ ଜଣଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାର ୫ ଜଣ ସାମିଲ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଥିବା ବେଳେ ଏହା ଏବେ ୩୨ରେ ପହଂଚିଛି । ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି । ଏହି ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ରଣପୁର ବ୍ଲକର ୩ ଜଣ ହୋଇଥିବା ବେଳେ ଦଶପଲ୍ଲା ବ୍ଲକର ୨ ଜଣ ବୋଲି ଜଣାପଡ଼ିଛି ।





