ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ସ୍ଥିତି ବେଳକୁ ବେଳ ଜଟିଳ ହୋଇ ସାରିଥିବା ବେଳେ ଜିଲ୍ଲାରୁ ମାତ୍ରାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦଶପଲ୍ଲା ଏନଏସି କାର୍ଯ୍ୟାଳୟ ଜୈନିକ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପାଇଁ ସଟଡାଉନ କରାଯାଇଛି । ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ସଟଡାଉନ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଏହି ସମୟରେ କାର୍ଯ୍ୟାଳୟକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି ।






