ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଭାପୁର ବ୍ଲକ ବିଜିପୁର ଗ୍ରାମର ୩ଟି ୱାର୍ଡ଼କୁ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୱାର୍ଡ଼ ନଂ ୭, ୮, ୯ କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ତହସିଲାଦର ତୃପ୍ତି ମହାନ୍ତିଙ୍କ ଏହି ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଅଞ୍ଚଳରୁ ମାତ୍ରାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏବଂ ଜଣେ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଥିବା ଜଣାଯାଇଛି । ଆଜି ଅପରାହ୍ନ ୪ଟାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଜଣାଯାଇଛି । ଏହି ସମୟ ମଧ୍ୟରେ ବାହାର ଲୋକଙ୍କୁ ଗାଁକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଗାଁକୁ ଲୋକ ବାହାରକୁ ଆସିବାକୁ ବାରଣ କରାଯାଇଛି । ଗାଁକୁ କୋଭିଡ୍ ନିୟମନୁସାରେ ବିଶୋଧନ କରାଯିବ ବୋଲି ଜଣାଯାଇଛି ।






