ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାରୁ ୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ପୂର୍ବ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଫଳରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧୭୨ରେ ପହଞ୍ଚିଥିବା ଜଣାଯାଇଛି । ରବିବାର ଜିଲ୍ଲାରେ ୨୧୩ ଜଣ ବିନା ମାସ୍କ ଧାରୀଙ୍କଠାରୁ ୫୩ ହଜାର ୬ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଟ୍ୟୁଟ ଯୋଗେ ସୂଚନା ଦେଇଛନ୍ତି ।





