ନୟାଗଡ଼,(ବାଘୁଆବାର୍ତ୍ତା) : କରୋନା ମହାମାରୀ ତାର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ହୁ ହୁ ହୋଇ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଜିଲ୍ଲାରେ ଆଜି ଗୋଟିଏ ଦିନରେ ଆକ୍ରାନ୍ତ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି । ୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ଟିଭ ମାମଲା ୩୯ ଛୁଇଁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ୩୯ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।






