Tuesday, October 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଟିକାକରଣ’ ପରେ ବି ୟୁପି କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ୪୦ ଡାକ୍ତର କୋଭିଡ୍‌-୧୯ ସଂକ୍ରମିତ

by ସଞ୍ଜୟ ସ୍ୱାଇଁ
April 8, 2021
in Feature News
‘ଟିକାକରଣ’ ପରେ ବି ୟୁପି କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ୪୦ ଡାକ୍ତର କୋଭିଡ୍‌-୧୯ ସଂକ୍ରମିତ
147
VIEWS
Share on FacebookShare on Twitter

ଲକ୍ଷ୍ନୌ,(ବାଘୁଆବାର୍ତ୍ତା):  ଉତ୍ତରପ୍ରଦେଶ କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟି (କେଜିଏମୟୁ)ର କୁଳପତିଙ୍କ ସମେତ ୪୦ ଜଣ ଡାକ୍ତର କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ତେବେ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ସମସ୍ତ ଡାକ୍ତର କୋଭିଡ୍‌-୧୯ ପ୍ରତିଷେଧକ ଟିକା ନେଇଥିଲେ। ମେଡିକାଲ ୟୁନିଭରସିଟିର କୁଳପତି ଅବସରପ୍ରାପ୍ତ ଲେଫ୍‌ଟଲାଣ୍ଟ ଜେନେରାଲ ବିପିନ୍‌ ପୁରୀ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍‌ ନେଲା ପରେ ବି ଦ୍ୱିତୀୟ ଥର ପାଇଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ଅଗଷ୍ଟରେ କୁଳପତି ପୁରୀ ପ୍ରଥମ ପାଇଁ କରୋନା ସଂକ୍ରମିତ ହୋଇଥିଲେ। ମାର୍ଚ୍ଚ ୨୫ରେ ତାଙ୍କୁ କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇଥିଲା। କେଜିଏମୟୁର ସନ୍ଦୀପ ତିୱାରୀ କହିଛନ୍ତି ଯେ ଗତ ଚାରି ଦିନ ମଧ୍ୟରେ ମେଡିକାଲର ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ଡାକ୍ତର ହିମାଂଶୁଙ୍କ ସମେତ ପ୍ରାୟ ମେଡିକାଲର ୪୦ ଜଣ ଡାକ୍ତର ପଜିଟିଭ୍‌ ପରୀକ୍ଷା କରିଛନ୍ତି। ଅଧିକାଂଶ ଡାକ୍ତର ଟିକାର ଦୁଇଟି ଯାକ ଡୋଜ୍‌ ନେଇ ସାରିଥିବା ପରେ ବି ନମୁନା ପରୀକ୍ଷାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ଡାକ୍ତରଙ୍କ ମଧ୍ୟରେ ସାଧାରଣ ଅସ୍ତ୍ରୋପଚାର ବିଭାଗର ୨୦ ଜଣ, ୟୁରୋଲୋଜି ବିଭାଗର ୯ ଜଣ ଏବଂ ଭେଷଜ ବିଭାଗର ୩ ଜଣ ଡାକ୍ତର ଅଛନ୍ତି। ମଙ୍ଗଳବାର ଦିନ ସ୍ୱାଇନ୍‌ ଫ୍ଲୁ ଭଳି ଲକ୍ଷଣ ବିଷୟରେ ଅଭିଯୋଗ କରିବା ପରେ ଏହି ଡାକ୍ତରମାନଙ୍କର ନମୁନା ପରୀକ୍ଷା ଯାଇଥିଲା। ଅନ୍ୟ ଆଉ କିଛି ଡାକ୍ତରଙ୍କ ନମୁନା ପରୀକ୍ଷା ଏବେ ଚାଲିଛି ଏବଂ ପରେ ସେମାନଙ୍କ ରିପୋର୍ଟ ଉପଲବ୍ଧ ହେବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!