ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରରୁ ବୁଧବାର ୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବୁଧବାର ସକାଳେ ଖଣ୍ଡପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କିଛି ବ୍ୟକ୍ତିଙ୍କର ଆଂଟିଜେନ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ଜନୈକ ପତ୍ନୀପତି ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି କିଛିଦିନ ତଳେ ଉକ୍ତ ଦମ୍ପତି ଏବେ ଦିଲ୍ଲୀରୁ ଫେରିଥିବା ଜଣାପଡିଛି ।






