Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସତର୍କବାଣୀ – ଦେଶରେ କରୋନା ସ୍ଥିତି ସାଂଘାତିକ ଆଡ଼କୁ ଯାଉଛି

by ସଞ୍ଜୟ ସ୍ୱାଇଁ
March 30, 2021
in Nayagarh
ସ୍ବାସ୍ଥ୍ୟ ମନ୍ତ୍ରାଳୟର ସତର୍କବାଣୀ – ଦେଶରେ କରୋନା ସ୍ଥିତି ସାଂଘାତିକ ଆଡ଼କୁ ଯାଉଛି
28
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା):  ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି ଯେ ଦେଶର କେତେକ ଜିଲ୍ଲାରେ ଆମେ ଅତି ଗୁରୁତର ସ୍ଥିତିର ସାମନା କରୁଛୁ । କିନ୍ତୁ ସମଗ୍ର ଦେଶ ପାଇଁ ବିପଦର ଆଶଙ୍କା ବଢିଯାଇଛି । ଭୁତାଣୁକୁ ନିୟନ୍ତ୍ରଣ କରିବାକୁ ଓ ଜୀବନ ବଞ୍ଚାଇବାକୁ ଆମକୁ ସବୁ ପ୍ରକାରର ଉଦ୍ୟମ କରିବାକୁ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶର ୧୦ଟି ସର୍ବାଧିକ କରୋନା ପ୍ରଭାବିତ ଜିଲ୍ଲାର ତାଲିକା ପ୍ରକାଶ କରାଯାଇଛି । ଏସବୁ ଜିଲ୍ଲା ହେଲେ ପୁଣେ, ମୁମ୍ବାଇ, ନାଗପୁର, ଥାଣେ, ନାସିକ, ଔରଙ୍ଗାବାଦ, ବେଙ୍ଗାଲୁରୁ ଅର୍ବାନ, ନାଣ୍ଡେଡ୍, ଦିଲ୍ଲୀ ଓ ଅହମଦନଗର । ଏସବୁ ଜିଲ୍ଲାଗୁଡ଼ିକରେ ପରୀକ୍ଷା ହାର ବୃଦ୍ଧି କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସଂପୃକ୍ତ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କହିଛନ୍ତି । ସେ କହିଛନ୍ତି ଯେ ଦେଶରେ ସାପ୍ତାହିକ ପଜିଟିଭିଟି ହାର ୫.୬୫ ପ୍ରତିଶତ ଥିବାବେଳେ ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ତାହା ୨୩ ପ୍ରତିଶତ ରହିଛି । ଦେଶରେ ଏବେ ୮୦୭ଟି ୟୁକେ ଭାରିଆଣ୍ଟ, ୪୭ଟି ଦକ୍ଷିଣ ଆଫ୍ରିକୀୟ ଭାରିଆଣ୍ଟ ଓ ଗୋଟିଏ ବ୍ରାଜିଲ ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!