Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୟ ବଢ଼ାଉଛି ଦ୍ବିତୀୟ ଲହର: ଦୈନିକ ସଂକ୍ରମଣ ୬୦ ହଜାର ଟପିଲା, ମହାରାଷ୍ଟ୍ର, ପଂଜାବ, ଗୁଜରାଟ ସ୍ଥିତି ଜଟିଳ

by ସଞ୍ଜୟ ସ୍ୱାଇଁ
March 28, 2021
in Feature News, Nayagarh
ରାଜ୍ୟରେ ୭୨ ହଜାର ପାର, ନୟାଗଡ଼ରେ ସଂଖ୍ୟାଧିକ
136
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା):  ଦେଶରେ କରୋନା ସଂକ୍ରମଣ ମାମଲା ଏବେ କ୍ଷୀପ୍ର ଗତିରେ ବଢ଼ି ଚାଲିଛି। ଦ୍ବିତୀୟ ଲହରରେ ସଂକ୍ରମଣର ଏଭଳି ପ୍ରକୋପ ଭୟ ବଢ଼ାଉଛି । ବିଗତ ୨୪ ଘଣ୍ଟାରେ ଦେଶରେ ୬୨,୨୫୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୨୯୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତବର୍ଷ ଅକ୍ଟୋବର ୧୭ ପରେ ଏହା ସର୍ବାଧିକ ସଂକ୍ରମଣ। ମହାରାଷ୍ଟ୍ର, ପଂଜାବ ଏବଂ ଗୁଜରାଟରେ ବିପଜ୍ଜନକ ସ୍ଥିତି ଉପୁଜିଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ସାଢ଼େ ୪ ଲକ୍ଷ ଟପିଯାଇଛି। ମୋଟ୍‌ ସଂକ୍ରମଣ ମାମଲା ୧,୧୯,୦୮,୯୧୦କୁ ବୃଦ୍ଧି ପାଇଛି ଏବଂ ମୋଟ୍‌ କରୋନା ମୃତ୍ୟୁ ୧,୬୧,୨୪୦ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୩୬,୯୦୨ ନୂଆ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି ଏବଂ ଦିନକରେ ମୁମ୍ବାଇରେ ୫,୫୧୫ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ବାଦ୍‌ ପଂଜାବ, ଗୁଜରାଟରେ ମଧ୍ୟ ଦୈନିକ ସଂକ୍ରମଣ ବଢ଼ୁଛି। ପଂଜାବରେ ଦୈନିକ ସଂକ୍ରମଣ ମାମଲା ୩୧୭୬ ରହିଛି। ଅନ୍ୟପକ୍ଷେ ଗୁଜରାଟରେ ଶୁକ୍ରବାର ୨,୧୯୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣରେ କର୍ଣ୍ଣାଟକ, ଗୁଜରାଟ, ଏବଂ ମଧ୍ୟପ୍ରଦେଶ ‌କେରଳକୁ ଟପିଯାଇଛନ୍ତି। ଦେଶରେ ଅଧିକ ସଂକ୍ରମଣ ମାମଲା ଥିବା ୬ ରାଜ୍ୟ ମଧ୍ୟରେ ବି କେରଳ ନାହିଁ। ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶରୁ ଦେଶର ୮୦ ପ୍ରତିଶତ ନୂଆ ମାମଲା ରହିଛି। ଏହି ୬ ରାଜ୍ୟ ମଧ୍ୟରେ କେରଳ ନାହିଁ। ଦିଲ୍ଲୀରେ ୨୪ ଘଣ୍ଟାରେ ୧୫୩୪ ନୂଆ ମାମଲା ଚିହ୍ନଟ ହୋଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!