ଭୋପାଳ,(ବାଘୁଆବାର୍ତ୍ତା): ଦୀର୍ଘ ୮ ମାସ ପୂର୍ବରୁ କରୋନା ଭାରତରେ ଯେତିକି କାୟା ବିସ୍ତାର କରିଥିଲା ଏବେ ପୁଣି ସମାନ ଅବସ୍ଥା ଦେଖା ଦେଇଛି । ଏନେଇ ମଧ୍ୟପ୍ରଦେଶର ୩ ଟି ମୁଖ୍ୟ ସହର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରଥମ ଲକଡାଉନ ଶନିବାର ରାତି ୧୦ ଟାରୁ ଆରମ୍ଭ ହୋଇଛି । ଏହି ଲକଡାଉନ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିନା କାରଣରେ ଘରୁ ବାହାରିଲେ ଗିରଫ୍ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରୀକାଳିନ ସେବାକୁ ଛାଡ଼ି ଅନ୍ୟ ସବୁସେବା ବନ୍ଦ ରହିବ ।






