ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ନୟାଗଡ଼ ଜିଲ୍ଲା ଏବେ କରୋନା ମୁକ୍ତ ହୋଇଥିବା ବେଳେ ଚିନ୍ତା ବଢ଼ାଇଛନ୍ତି ବିଟ୍ରେନ୍ ଫେରନ୍ତା । ନୟାଗଡ଼ ଜିଲ୍ଲାକୁ ବିଟ୍ରେନରୁ ୬ ଜଣ ଯୁବକ ଆସିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଜିଲ୍ଲାକୁ ବିଟ୍ରେନ୍ ଫେରନ୍ତା ଆସିଥିବା ନେଇ ସୂଚନା ମିଳିବା ପରେ ସେମାନଙ୍କ ପାଖରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ପଂହଚି ନମୁନା ସଂଗ୍ରହ କରିଛି । ଏହି ୬ ଜଣ ବ୍ୟକ୍ତିଙ୍କ ଉଭୟ ଆଣ୍ଟିଜେନ୍ ଏବଂ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କର ରିର୍ପୋଟ ନେଗେଟିଭ୍ ଆସିଥିବା ସିଡିଏମ୍ଓ ସୂଚନା ଦେଇଛନ୍ତି । ଜିଲ୍ଲାରେ ଏବେ କରୋନାକୁ ନେଇ କୈାଣସି ଭୟ ନଥିବା ଡା. ମିଶ୍ର କହିଛନ୍ତି ।





