Saturday, September 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନରସିଂହପ୍ରସାଦ ଓ ବଳରାମପୁର ଗ୍ରାମରେ କରୋନା ସଚେତନତା

by ସଞ୍ଜୟ ସ୍ୱାଇଁ
October 29, 2020
in Nayagarh
ନରସିଂହପ୍ରସାଦ ଓ ବଳରାମପୁର ଗ୍ରାମରେ କରୋନା ସଚେତନତା
695
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଳକ୍ ରୋହିବାଙ୍କ ପଞ୍ଚାୟତ ର ନରସିଂହ ପ୍ରସାଦ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସମିତି ସଭ୍ୟ ଦିଲେଶ୍ଵର ପାତ୍ର ଏବଂ କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ ଅତିଥି ଭାବରେ ଯୋଗଦେଇ ସମୁହ ପ୍ରଥମେ ପତାକା ଦେଖାଇ ନୃସିଂହ ମନ୍ଦିର ଠାରୁ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ। ଏଥିରେ ମେଡିକାଲ ସୁପରଭାଇଜର ସୁରେନ୍ଦ୍ର କୁମାର ନାୟକ,ୱ।ର୍ଡମେମ୍ବର ନିରାକାର ବେହେରା, ଯୁବକ ସଂଘ ର ସଭାପତି ବଳରାମ ବେହେରା ସମ୍ପାଦକ ସଞ୍ଜୟ ନାୟକ, ଆଶାକର୍ମୀ ସବିତା ନାୟକ, ଅଙ୍ଗନବାଡ଼ି କର୍ମୀ ବନୀତା ମାଝୀ,ରୁନା ପ୍ରଧାନ,ଗାଁ କଲ୍ୟାଣ ସମିତି ର ସମସ୍ତ ସଭ୍ୟା, ଏବଂ ଶ୍ରୀ ଶ୍ରୀ ଶ୍ରୀ ନୃସିଂହନାଥ ଯୁବକ ସଂଘ ର ସମସ୍ତ ସଭ୍ୟ ପ୍ଳାକକାର୍ଡ଼ ଧରି ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ସଚେତନତା ରାଲିରେ ଯୋଗ ଦେଇଥିଲେ। କୋମଣ୍ଡ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ଦାଶ, ମହିଳା ସ୍ବାସ୍ଥ୍ୟକର୍ମୀ ଧରିତ୍ରୀ ପଣ୍ଡା, ପୁରୁଷ ସ୍ବାସ୍ଥ୍ୟକର୍ମୀ ରଞ୍ଜନ କୁମାର ନାହାକ ଘରେ ରହିବା ସୁସ୍ଥ ରହିବା, ସଭିଏଁ ମାସ୍କ ପିନ୍ଧିବା,ପଦାକୁ ଆସିଲେ ହାତଗୋଡ଼ ସାନିଟାଇଜର କିମ୍ବା ସାବୁନ୍ ଦ୍ଵାରା ଭଲ ଭାବରେ ଧୋଇଘରକୁ ଯିବା, ସାମାଜିକ ଦୂରତ୍ବ ବଜାୟ ରଖିବା,ଉଷୁମ ପାଣିର ବ୍ୟବହାର କରିବା, ଭୋଜିଭାତ ଏବଂ ସାମୁହିକ କାର୍ଯ୍ୟ ଠାରୁ ଦୂରରେ ରହିବା, ଗାଁ ରେ ଏକାଠି ହୋଇ ନ ବସିବା,ତାସ ଖେଳରୁ ନିବୃତ ରହିବା,ଛୋଟଶିଶୁ ଏବଂ ବୟସ୍କ ଲୋକମାନଙ୍କ ଶରୀର ର ଠିକ୍ ଭାବରେ ଯତ୍ନନେବା ଥଣ୍ଡା,କାଶ,ଛିଙ୍କ,ଗଳାଦରଜ, ବା ଶରୀରର ତାପମାତ୍ରା ବୃଦ୍ଧି ହେଲେ ତୁରନ୍ତ ସ୍ବାସ୍ଥ୍ୟକର୍ମୀ ଙ୍କୁ ଅବଗତ କରାଇବା ଉପରେ ପ୍ରଚାର କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଇ ନରସିଂହ ପ୍ରସାଦ ଏବଂ ବଳରାମ ପୁର ଗ୍ରାମର ସମସ୍ତ ସାହି,ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ। ଆଶାକର୍ମୀ ଶାନ୍ତିଲତା ଦୋରା ହାତଧୋଇବା ର କୈାଶଳ ଲୋକମାନଙ୍କୁ ଶିଖାଇଥିଲେ ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅଙ୍ଗନବାଡ଼ି କର୍ମୀ ବବିତା ଦଣ୍ଡସେନା ସୁପରିଚାଳନା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!