ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୦୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭ ରେ ପଂହଚିଛି । ସେଥିମଧ୍ୟରେ ୧୮୦୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୨୪୯ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୬୪, ବାଲେଶ୍ୱର ୮୫, ବରଗଡ଼ ୯୮, ଭଦ୍ରକ ୭୦, ବଲାଙ୍ଗିର ୯୫, ବୈାଦ୍ଧ ୨୮, କଟକ ୨୫୬, ଦେବଗଡ଼ ୧୬, ଢେଙ୍କାନାଳ ୫୧, ଗଜପତି ୧୮, ଗଂଜାମ ୫୨, ଜଗତସିଂହପୁର ୭୨, ଯାଜପୁର ୧୧୦, ଝାରସୁଗୁଡ଼ା ୧୪୬, କଳାହାଣ୍ଡି ୪୧, କନ୍ଧମାଳ ୩୨, କେନ୍ଦ୍ରାପଡ଼ା ୧୧୫, କେନ୍ଦୁଝର ୧୩୩, ଖୋର୍ଦ୍ଧା ୫୬୧, କୋରାପୁଟ ୪୪, ମାଲକାନଗିରି ୬୨, ମୟୁରଭଂଜ ୧୫୩, ନବରଂଗପୁର ୧୪, ନୟାଗଡ଼ ୬୭, ନୂଆପଡ଼ା ୫୬, ପୁରୀ ୧୨୭, ରାୟଗଡ଼ା ୩୬, ସମ୍ବଲପୁର ୧୨୩, ସୋନପୁର ୧୮୩, ସୁନ୍ଦରଗଡ଼ ୯୮ ଜଣ, ଅନ୍ୟାନ ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୩୧୪ ଟି ମାମଲା ସକ୍ରିୟ ରହିଥିବା ୧୯୪୧୨୮ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲାରେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୪୯୯୭ ବୋଲି ଜଣାଯାଇଛି ।






