ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସାରା ବିଶ୍ୱକୁ ମହାମାରୀ କରୋନାର ଡେଲଟା ଭାରିଏଣ୍ଟ ସହ ଲଢେଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଉ ଏକ ନୂଆ ଷ୍ଟ୍ରେନ୍ ସଂପର୍କରେ ସୂଚନା ଦେଇଛି । କରୋନର ଯେଉଁ ନୁଆ ରୂପ ଧାରଣ କରିଛି ତାହାର ନାଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲାମ୍ବଡା ଭାଇରସ୍ ରଖିଛି । ଲାମ୍ବଡା ଭାଇରସ୍ ବିଶ୍ୱର ୨୯ଟି ଦେଶରେ ବର୍ତ୍ତମାନ ଠାବ ହୋଇଥିବା ଜଣାପଡିଛି । ଲାମ୍ବଡା ଭାଇରସର ଭୟାବହତା ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାରୀ ଉପରେ ପରୀକ୍ଷା ଜାରି ରହିଥିବା ଜଣାପଡିଛି । ଲାମ୍ବଡା ଭାଇରସ୍ ୨୦୨୦ ଅଗଷ୍ଟ ମାସରେ ପ୍ରଥମେ ପେରୁରେ ଠାବ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨୯ଟି ଦେଶରେ ଚିହ୍ନଟ ହୋଇଛି । ଆର୍ଜେଣ୍ଟିନା, ଚିଲି, ଆମେରିକା ଦେଶଗୁଡିକରେ ଲୋକମାନେ ଲାମ୍ବଡା ଭାଇରସରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଲାମ୍ବଡା ଭାଇରସ୍ କେତେ ମାରାତ୍ମକ, ଏହାର ସଂକ୍ରମଣ ବେଗ କେତେ, ସେ ବିଷୟରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଛି ।





