ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୩୦୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୨୯୮୬ ଆକ୍ରାନ୍ତ ସହ ଆଜିର ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୩୦୫୩ ବୋଲି ଜଣାଯାଇଛି । ଏହି ୬୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୫୪ ଜଣ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ଆକ୍ରାନ୍ତ ସହରାଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ୧୦ ଜଣ, ଦଶପଲ୍ଲା ବ୍ଲକରୁ ଜଣେ, ଦଶପଲ୍ଲା ଏନ୍ଏସିରୁ ଜଣେ, ଗଣିଆ ବ୍ଲକରୁ ଜଣେ, ଖଣ୍ଡପଡ଼ା ବ୍ଲକରୁ ୭ ଜଣ, ନୟାଗଡ଼ ବ୍ଲକରୁ ୨୨ ଜଣ, ପୈାରାଞ୍ଚଳରୁ ୯ ଜଣ, ଓଡ଼ଗାଁ ବ୍ଲକରୁ ୧୦ ଜଣ, ଏନ୍ଏସିରୁ ୩ ଜଣ, ରଣପୁର ବ୍ଲକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।






