ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ସେପ୍ଟମ୍ବର ମାସ ପାଇଁ କରୋନା କଟକଣାରେ ପରିବର୍ତ୍ତନ ହେବ ବୋଲି ଜଣାଯାଇଛି । ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲାଗିଥିବା କଟକଣାରେ ପରିବର୍ତ୍ତନ କରାଯିବା ନେଇ ଜିଲ୍ଲା ପ୍ରଶାସନ ମହଲରେ ଆଲେଚନା ଚାଲିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଏଥିରେ ପରିବର୍ତ୍ତନ କରାଯିବ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାଯାଇଛି । ଫଳରେ ସେପ୍ଟମ୍ବର ମାସରେ ଦୋକନା ବଜାର ନିୟମରେ ପରିବର୍ତ୍ତନ କରାଯିବା ସହ କିଛି ନୂଆ କଟକଣା ଲାଗିବା ନେଇ ଆଲୋଚନା ଚାଲିଥିଲା ଜଣାଯାଇଛି ।






