ଖଣ୍ଡପଡ଼ା , (ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଅଞ୍ଚଳରେ ଲକଡାଉନକୁ ବେଖାତିର କରିଥିବାରୁ ୧୧ ବ୍ୟବସାୟୀଙ୍କ ଠାରୁ ଜୋରିମନା ଆଦାୟ।
କୋଭିଡ ନିୟମ ଅନୁଯାୟୀ ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଂମ୍ପୂର୍ଣ୍ଣ ଜିଲ୍ଲାରେ ଅଗଷ୍ଟ ମାସରେ ପ୍ରତେକ ଶନିବାର, ରବିବାର ଦୁଇଦିନ ଓ ରଖି ପୂର୍ଣ୍ଣମୀ ପଡୁଥିବା ସୋମବାର ଦିନଟି ସଟଡାଉନ ଘୋଷଣା କରାଯାଇଛି। ଏହି ପରିପେକ୍ଷୀରେ ଖଣ୍ଡପଡ଼ା ଅଞ୍ଚଳର କିଛି ଅମାନୀଆ ବ୍ୟବସାୟୀ ପୋଲିସ ପ୍ରଶାସନ ବାରଣ ସତ୍ବେ ଦୋକାନ ଖୋଲିଥିବାରୁ ଖଣ୍ଡପଡ଼ା ପୋଲିସ ପ୍ରଶାସନ ଦ୍ବାରା ଚଢାଉ କରାଯାଇ ୧୧ ଜଣ ଛୋଟ ବଡ ବ୍ୟବସାୟୀଙ୍କ ଠାରୁ ୭୨୦୦ ଟଙ୍କା ଜୋରିମନା ଆଦାୟ କରାଯାଇଥିବା ଜଣାପଡିଛି ଯଦି ଏହି ନିୟମ କୁ ଉଲଙ୍ଘନ କରି ଦୋକାନ ବଜାର ଖୋଲାଯିବ ତେବେ ଆଗକୁ ଆହୁରି ଜୋରସୋର ରେ ଜୋରିମନା ଆଦାୟ କରାଯିବ ବୋଲି ପୋଲିସ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
(ସରୋଜ କୁମାର ଚୌଧୁରୀ)