ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବରରୁ ଗତକାଲି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଆପୋଲ୍ ହସ୍ପିଟାଲରେ ସ୍ୱାବ ପରୀକ୍ଷା ପାଇଁ ଦେଇଥିବା ବେଳେ ତାଙ୍କ ଗ୍ରାମ ଟାଙ୍ଗିସାହିକୁ ଫେରି ଆସିଥିଲେ । ଏଠାରେ ସେ ବହୁ ଲୋକଙ୍କ ସହ ସଂସ୍ପର୍ଶରେ ଆସିଥିବା ବେଳେ ଗତକାଲି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ କରବର ସରପଂଚ ମମତା ସ୍ୱାଇଁ ଟାଙ୍ଗିସାହି ସମେତ ପଂଚାୟତର ଅନ୍ତର୍ଗତ ସମସ୍ତ ଗ୍ରାମକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏନେଇ ସରପଂଚ ବ୍ଲକ ପ୍ରଶାସନକୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରିଥିବା ଜଣାଯାଇଛି ।





