ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବ୍ଲକର ନଚ୍ଛିପୁର ଗ୍ରାମରେ ଆଜି କରୋନା ମହାମାରୀ ପାଇଁ ରଜ ଉତ୍ସବ ପାଳନ ବନ୍ଦ ହୋଇଥିବା ବେଳେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ଗ୍ରାମର ଆଲୋକ ଜ୍ୟୋତି ୟୁଥ୍ କ୍ଲବ ଦ୍ୱାରା ୧୮ ଜଣ ସାମ୍ବାଦିକ ଏବଂ ପୁଲିସ କର୍ମଚାରୀ ରମେଶ ଚନ୍ଦ୍ର ବେହେରା, ଅଙ୍ଗନବାଡ଼ି କର୍ମୀ ରୀତିବାଳା ପାଇକରାୟ, ଆଶାକର୍ମୀ ସଂଯୁକ୍ତା ବାଳା ମହାନ୍ତିଙ୍କୁ ସରପଂଚ ପ୍ରଫୁଲ କୁମାର ପାଳ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି । କ୍ଲବ ସଭାପତି ସନ୍ତୋଷ କୁମାର ବେହେରାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।





