ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଆକ୍ରାନ୍ତ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଥୋଡ଼ିଆ ଦଶପଲ୍ଲାର ଜଣେ ୩୩ ବର୍ଷିୟ ଯୁବକଙ୍କ କରୋନା କାରଣରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏହି ଯୁବକ ଜଣଙ୍କ କିଛି ଦିନ ହେବ କରୋନା ଆକ୍ରାନ୍ତ ହୋଇ ଭୂବନେଶ୍ୱର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପରିବାର ଲୋକେ ଖବର ପାଇବା ପରେ ଶୋକର ଛାୟା ଖେଳି ଯାଇଛି ।





