ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ ଆଜି ୩୦୫୩ ଜଣ ଆକ୍ରାନ୍ତ ଏବଂ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏଥିରେ ନୟାଗଡ଼ ଜିଲ୍ଲାରୁ ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର କରୋନା ମୃତ୍ୟୁ ଘଟିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହି ବ୍ୟକ୍ତି ୫୩ ବର୍ଷିୟ ମହିଳା ଏବଂ ସେ ଡାଇବେଟିସ୍ ଆକ୍ରାନ୍ତ ବୋଲି ସୂଚନା ମିଳିଛି । ଏହି ବ୍ୟକ୍ତିଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୯ ବୋଲି ଜଣାଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଜିଲ୍ଲାରୁ ଲଗାତର ଭାବେ ୪ ଦିନରେ ୯ ଜଣଙ୍କ ମୃତ୍ୟୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।






