ଓଡ଼ଗାଁ, (ବାଘୁଆବାର୍ତ୍ତା)- ନୟାଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ସଂଖ୍ୟା ବଢ଼ୁଥିବାବେଳେ ଲୋକଙ୍କ ମଧ୍ୟରେ କରୋନା ସଚେତନତା ରହୁନାହିଁ । ନୟାଗଡ ଜିଲ୍ଲା ଓଡ଼ଗାଁ ଏନ.ଏସି ଅନ୍ତର୍ଗତ ଅଧିକାରୀ ସାହିର ପୂର୍ବତନ ଶିକ୍ଷକ ବ୍ରଜବନ୍ଧୁ ଅଧିକାରୀଙ୍କର (୭୨) ଆଜି ଚାନ୍ଦପୁର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଅଛି । ସେ ଅବସରପରେ ସମାଜସେବା ଏବଂ ଜନକଲ୍ୟାଣ ସେବାରେ ନିଜକୁ ଲିପ୍ତ ରଖିଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ,ବିଭୁପ୍ରସାଦ ସାହୁ ,ଏବଂ ଓଡ଼ଗାଁ ଏନ.ଏସି ଯୁବଜନତାଦଳ ସଭାପତି ସନ୍ୟାସୀ ଅଧିକାରୀ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।







