ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ ନୂଆ ୧୫ ଜଣ କରୋନା ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲାରୁ ପୁଣି ଜଣେ ମୃତ୍ୟୁ ଘଟିଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ପୁଣି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣଙ୍କ ୭୨ ବର୍ଷ ବୟସ୍କ ବୋଲି ଜଣାଯାଇଛି । ତାଙ୍କ ମୃତ୍ୟୁ ସମ୍ପର୍କରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଡାଇବେଟିସ୍ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଏହି ବ୍ୟକ୍ତିଙ୍କ ମୃତ୍ୟୁକୁ ମିଶାଇ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୯ ବୋଲି ଜଣାଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






