ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଭୟାନକ ସ୍ଥିତିରେ ବଢ଼ି ଚାଲିଛି । ଜିଲ୍ଲାର କୋଣ ଅନୁକୋଣରୁ ମୃତ୍ୟୁ ଖବର ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ଆଜି ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଜଣେ ନୟାଗଡ଼ ପୈାରାଞ୍ଚଳ ୧୩ ନଂ ୱାର୍ଡ଼ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ କାମେଶ୍ୱର ଷଡ଼ଙ୍ଗୀ ବୋଲି ଜଣାଯାଇଛି । ସେ କିଛି ଦିନ ହୋମ୍ ଆଇସୋଲେସନ୍ ରହିବା ପରେ ଭୂବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ବେଳେ ଆଜି ମୃତ୍ୟୁ ଘଟିଥିବା ଜଣାଯାଇଛି । ସେହିଭଳି ଭାବେ ଚମ୍ପତ୍ତିପୁର ଗ୍ରାମର ଅଧ୍ୟାପକ ସବୁଜ ସାହୁଙ୍କ ମୃତ୍ୟୁ ଘଟିଛି । ସେ ଭୂବନେଶ୍ୱରରେ ତାଙ୍କର କରୋନା ପରୀକ୍ଷା କରାଇ ଚିକିତ୍ସିତ ହେଉଥିଲେ । ତାଙ୍କର ଆଜି ମୃତ୍ୟୁ ଘଟିଥିବା ଜଣାଯାଇଛି ।





