ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ଗତକାଲି ଓଡ଼ଗାଁ ବ୍ଲକ ସୋଲପଟା ଗ୍ରାମର ଜଣେ ଅଟୋ ଚାଳକଙ୍କ ଜୀବନ ନେଇକ୍ତି କରୋନା ମହାମାରୀ । ମିଳିଥିବା ସୂଚନା ମୁତାବକ, ଏହି ୩୩ ବର୍ଷିୟ ବ୍ୟକ୍ତି ଜଣଙ୍କ କିଛି ଦିନ ତଳେ ଆକ୍ରାନ୍ତ ଚିହ୍ନଟ ହୋଇ ଗୃହ ସଂଗରୋଧରେ ରହିଥିଲେ । ଗତକାଲି ଅପରାହ୍ନରେ ସେ ହଠାତ୍ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ଚାନ୍ଦପୁର ହେଲ୍ଥ ସେଣ୍ଟରକୁ ପଠାଯାଇଥିଲା । ମାତ୍ର ସେଠାରେ ପହଂଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି ।






