ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମର ଜଣେ ହାଇସ୍କୁଲ ଶିକ୍ଷକଙ୍କ ଗତକାଲି କରୋନା କାରଣରୁ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁସାରେ, ତାଙ୍କ ପରିବାରର କିଛି ସଦସ୍ୟ ୧୮ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶିକ୍ଷକ ଜଣଙ୍କ ୨୦ ତାରିଖରେ କରୋନା ଚିହ୍ନଟ ହୋଇଥିଲେ । ଫଳରେ ସେ ହୋମ୍ ଆଇସୋଲେସନ୍ ରହି ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତୀ ଘଟିଥିଲା । ଫଳରେ ତାଙ୍କୁ ପ୍ରଥମେ ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟର ଓ ପରେ ସମ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ପରିବାରକୁ ଖବର ମିଳିଛି । ଜିଲ୍ଲାରେ ତୃତୀୟ କରୋନା ଯୋଦ୍ଧାଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ସଂଖ୍ୟା ୧୮ ଛୁଇଁଥିବା ଜଣାଯାଇଛି ।
ଋିର୍ପୋଟ – ଅଜ୍ଜୁର୍ନ ସାହୁ






