ଭୂବନେଶ୍ୱର,(ବାଘୁଆବାର୍ତ୍ତା ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୯୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦ ରେ ପଂହଚିଛି । ସେଥି ମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଆଜି ୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ବ୍ୟକ୍ତି କରୋନା କାରଣରୁ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ୫୮ ବର୍ଷିୟ ଏହି ବ୍ୟକ୍ତି ଜଣଙ୍କ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୩ ବୋଲି ଜଣାପଡ଼ିଥିବା ବେଳେ ରାଜ୍ୟ ସରକାରଙ୍କ ସୂଚନା ମୁତାବକ ଏହା ୧୧ ବୋଲି ଜଣାଯାଇଛି । ସେହିଭଳି ଭାବେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ।






