ଅନୁଗୁଳ (ବାଘୁଆବାର୍ତ୍ତା): ପୁଣି ହଜିଗଲା ମାନବିକତା । ମରିଗଲା ମଣିଷ ପଣିଆ । ମଲାପରେ ଚାରିକାନ୍ଧ ଦେଲେନି ସମ୍ପର୍କୀୟ କି ପାଖ ପଡିଶା । ଅନୁଗୁଳ ଛେଣ୍ଡିପଦା ବାହାଳସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କରୋନାରେ ମୃତ ହୋଇଥିବା ଆଶଙ୍କା କରି ମୃତଦେହକୁ ଛୁଇଁବା ତ ଦୂରର କଥା ପାଖ ବି ମାଡିଲେନି ଘର ଲୋକ କି ପଡୋଶୀ । ବାହାଳସାହିର ଗୋବିନ୍ଦ ମାଝି ଗତକାଲି ରାତି ୮ଟାରୁ ମୃତ୍ୟୁ ହୋଇଥିଲା । ହେଲେ ଶନିବାର ଦିନ ୧୨ଟା ଯାଏଁ ପଡିରହିଥିଲା ମୃତଦେହ । ତେବେ ଏହି ଖବର ଜଣାପଡିବା ପରେ ଛେଣ୍ଡିପଦା ବିଡିଓ ସଂଜୟ ଆଚାର୍ଯ୍ୟ, ବାହାଳସାହି ସରପଞ୍ଚ, ପଞ୍ଚାୟତ ଅଧିକାରୀ ଏବଂ ମୃତକଙ୍କ ପୁଅ ପିପିଇ କିଟ ପିନ୍ଧି କୋକେଇ ଉଠାଇଥିଲେ । ଆଉ ଶବ ସତ୍କାର ବି କରିଥିଲେ ।






