Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନେଗେଟିଭ ପେଟରୁ ପଜେଟିଭ ସନ୍ତାନ, ଚିକିତ୍ସା ବିଜ୍ଞାନ ଆଶ୍ଚର୍ଯ୍ୟ

by ସଞ୍ଜୟ ସ୍ୱାଇଁ
May 27, 2021
in Health, NATIONAL NEWS
ନେଗେଟିଭ ପେଟରୁ ପଜେଟିଭ ସନ୍ତାନ, ଚିକିତ୍ସା ବିଜ୍ଞାନ ଆଶ୍ଚର୍ଯ୍ୟ
263
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ମହାମାରୀ ଦ୍ୱିତୀୟ ଲହର ଯେତେ ଅଧିକ ଲୋକଙ୍କ ଜୀବନ ନେଉଛି ତା ଠାରୁ ଅଧିକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟାଉଛି । ଏବେ ଏଭଳି ଏକ ଆଶ୍ଚିର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ବାରଣାସୀର କାଶୀ ହିନ୍ଦୁ ବିବି ଠାରେଥିବା ସୁନ୍ଦର ଲାଲ ହସ୍ପିଟାଲରେ । ହସ୍ପିଟାଲରେ ଡେଲିଭରୀ ପାଇଁ ଆଡମିଶନ ହୋଇଥିବା ଜଣେ ମହିଳାଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ତାଙ୍କ ଗର୍ଭରୁ ଜନ୍ମ ନେଇଥିବା ଶିଶୁ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ଏଭଳି ମାମଲାକୁ ଚିକିତ୍ସା ଅଧିକ୍ଷକ କିନ୍ତୁ ଏହାକୁ ମାନିବାକୁ ନାରାଜ । ସେ ଶିଶୁ ଓ ମା ଉଭୟଙ୍କର ପୁଣିଥରେ ଆରଟିପିସିଆର ଟେଷ୍ଟ କରିବାକୁ କହିଛନ୍ତି । ବାରଣାସୀ ଅଞ୍ଚଳର ଏକ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଅନିଲ କୁମାରଙ୍କ ୨୬ ବର୍ଷିୟ ଗର୍ଭବତୀ ପତ୍ନୀଙ୍କ ଚିକିତ୍ସା ପ୍ରଥମେ ବିଏଚୟୁ ରେ ଚାଲିଥିଲା । ଚଳିତ ମାସ ୨୫ ତାରିଖରେ ତାଙ୍କର ଡେଲିଭରୀ ହେବ ବୋଲି ମେଡିକାଲ ପକ୍ଷରୁ ତାରିଖ ଦିଆଯାଇଥିଲା । ହେଲେ ଡେଲିଭରୀ ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଅନୀଲଙ୍କ କହିବା ମୁତାବକ କୋଭିଡ ଟେଷ୍ଟରେ ତାଙ୍କ ପତ୍ନୀଙ୍କ ରିପୋଟ ନେଗେଟିଭ ଆସିଥିଲା । ଏହାପରେ ମେ ୨୫ ତାରିଖ ଦିନ ଅପରେଶନ ମାଧ୍ୟମରେ ଅନିଲଙ୍କ ସ୍ତ୍ରୀ ପିଲା ଜନ୍ମ କରିଥିଲା । ଏହାପରେ ମେଡିକାଲ କର୍ମଚାରୀଙ୍କ ପକ୍ଷରୁ ଶିଶୁଟିର ସାମ୍ପୁଲ ନେଇ କୋଭିଡ ଟେଷ୍ଟ କରାଯାଇଥିଲା । ରାତିରେ ଆସିଥିବା ରିପୋର୍ଟ ଦେଖି ଡାକ୍ତର ଠାରୁ ମେଡିକାଲ କର୍ମଚାରୀ ମାନେ ସ୍ତମ୍ଭିଭୂତ ହୋଇଯାଇଥିଲେ । କାରଣ ଶିଶୁଟିର ସାମ୍ପୁଲ ଟେଷ୍ଟରେ ଶିଶୁଟି ଦେହରେ କରୋନା ଭୂତାଣୁ ଥିବା ଜଣାପଡିଥିଲା । ଏନେଇ ଶିଶୁଟିର ପିତା ଅନୀଲ କୁମାର କହିଛନ୍ତି କି ବୋଧହୁଏ ଟେଷ୍ଟ ଠିକ ଭାବେ ହୋଇନାହିଁ । ଏହା ପୂର୍ବରୁ କରୋନା ସଂକ୍ରମଣକୁ ନେଇ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । କେତେକ କ୍ଷେତ୍ରରେ ରିପୋର୍ଟ ନେଗେଟିଭ ଆସୁଥିଲେ ବି ରୋଗୀ ଶରୀରରେ କରୋନା ଭଳି ଲକ୍ଷଣ ଦେଖା ଯାଉଛି । କିଛି ଲୋକଙ୍କ ଠାରେ ସଂକ୍ରମଣ ଚିହ୍ନଟ କରିବାକୁ ସିଟି ସ୍କାନ କରିବାକୁ ପଡୁଛି । କରୋନା ମହାମାରୀ ଦ୍ୱିତୀୟ ଲହରରେ କରୋନା ଲକ୍ଷଣ ବଦଳୁଥିବା ବେଳେ ଚିକିତ୍ସା ପଦ୍ଧତି ବି ବଦଳିବାରେ ଲାଗିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!