ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ କୋଭିଡ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ ବୋଲି କହିଲେ ନବୀନ । ଜାତୀୟ ସ୍ତରରେ କୋଭିଡ ମୁକାବିଲା ପାଇଁ ଓଡ଼ିଶା ସହଯୋଗ କରିବ । ଦେଶରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାମାରୀ କରୋନା ଉଗ୍ରରୂପ ଧାରଣ କରିଛି । ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଶହଶହ ଲୋକ ଆକ୍ରାନ୍ତ ହେଉଛନ୍ତି । ସବୁଠାରୁ ଉଦ୍ବେଗ ଜନକ ସ୍ଥିତି ସୃଷ୍ଟି ହୋଇଛି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ, କେରଳ ପରି ରାଜ୍ୟରେ ସେଠାରେ ମେଡିକାଲ୍ରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍ ମିଳୁନି । ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀଙ୍କ ଜୀବନ ଯାଉଛି । ଯେଉଁଥି ପାଇଁ ବିଭିନ୍ନ ରାଜ୍ୟର ସରକାର କେନ୍ଦ୍ରକୁ ଅନୁରୋଧ କରୁଛନ୍ତି । ଶୀଘ୍ର ଅକ୍ସିଜେନ୍ ପଠାଇବାକୁ ଗୁହାରୀ କରୁଛନ୍ତି ।





