ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଲକ୍ଷ କରାଯାଉଛି । ତିନି ଦିନ ଧରି ଲଗାତର ଭାବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଜିଲ୍ଲାରେ ଆଜି ନୂଆ ୧୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୧୨୭୭ ବୋଲି ଜଣାଯାଇଛି । ଗତକାଲି ସକ୍ରିୟ ମାମଲା ୧୨୫୫ ରହିଥିବା ବେଳେ ଆଜି ଏଥିରେ ବୃଦ୍ଧି ପାଇଛି । ଜିଲ୍ଲାରେ କରୋନା ମହାମାରୀରେ ୬୧ ଜଣଙ୍କ କରୋନା ମୃତ୍ୟୁ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।





