ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ଘଟୁଥିବା ବେଳେ ଗତକାଲି ପୁଣି ଏକ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଦଶପଲ୍ଲା ତହସିଲ ଅନ୍ତର୍ଗତ ଖମାରିସାହି ପଞ୍ଚାୟତ ସୁବଳ୍ୟା ଗ୍ରାମକୁ ନିଷିଦ୍ଧାଞ୍ଚଳ କରାଯାଇଥିବା ସୂଚନା ମିଳିଛି । ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଗତକାଲି ଅପରାହ୍ନ ୪ଟାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ।





