ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ସୂଚନାନୁସାରେ, ଆଜି ଜିଲ୍ଲାରୁ ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୮୬ ରେ ପହଞ୍ଚିଥିବା ଜଣାଯାଇଛି । ପ୍ରଶାସନ ପକ୍ଷରୁ କେବଳ ରାତିରେ କର୍ଫ୍ୟୁ କଡ଼ାକଡ଼ି କରାଯାଉଥିବାରୁ ଦିନ ବେଳେ ବିଭିନ୍ନ ମଲ, ହୋଟେଲ ଏବଂ ବଜାରରେ ଗହଳୀ ଦେଖିବାକୁ ମିଳୁଛି ।





