ଓଡ଼ଗାଁ ,(ବାଘୁଆବାର୍ତ୍ତା): ନୟାଗଡ଼ରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ହୋଇଚାଲିଛି । ଆଜି ଓଡ଼ଗାଁ ବ୍ଲକର ୭ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ନନ୍ଦିଘୋର ଗ୍ରାମ ପଞ୍ଚାୟତର ନନ୍ଦିଘୋର ତୁଳସୀସାହି, ମାଛିପଡ଼ା ଗ୍ରାମ ପଞ୍ଚାୟତର ମାଛିପଡ଼ା ବଡ଼ସାହି, ନନ୍ଦିଘୋର ଗ୍ରାମ ପଞ୍ଚାୟତର ଓସ୍ତିଆ, ପାଣ୍ଡେରିପଡ଼ା ଗ୍ରାମ ପଞ୍ଚାୟତର ମଦନପୁର ଗୋଡ଼ିସାହି, ଗୈାଡ଼ପୁର ପଞ୍ଚାୟତର ଯଦୁପୁର ବେହେରା ସାହି, ଡିମିସର ପଞ୍ଚାୟତର ହରିପୁର ଉପରସାହି, ପାଣ୍ଡେରିପଡ଼ା ପଞ୍ଚାୟତର ଭାଲିଆଡିହି ମୁଖ୍ୟସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ତହସିଲଦାର ବିଜୟିତା ସାମନ୍ତ ସିଂହାର ଆଜି ଦିନ ୨ଟାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆଦେଶ ଦେଇଛନ୍ତି । ଏହି ସମୟରେ ମଧ୍ୟରେ ଉକ୍ତ ଅଞ୍ଚଳରେ ସାମୁହିକ ପରୀକ୍ଷା ଏବଂ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି ।






