ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ଭୟଙ୍କର ହୋଇ ଚାଲିଛି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଜି ୨୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୨୫୭୮ ସକ୍ରିୟ ମାମଲା ରହିଥିବା ଜଣାଯାଇଛି । ଜିଲ୍ଲାରେ ଦ୍ୱିତୀୟ ଲହର କରୋନାରେ ୩ ଜଣଙ୍କ କରୋନା ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଅଣକୋଭିଡ୍ ତଥା କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ପୂର୍ବରୁ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସଂମ୍ପର୍କରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ସରକାରୀ ଭାବେ କରୋନା ମହାମାରୀ ସର୍ବମୋଟ ୪୮ ଜଣଙ୍କ ଜୀବନ ନେଇଥିବା ବେଳେ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି ।






