Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଁ ଗାଁରେ ତାସ ଖେଳ, ଭୋଜିଭାତ ବନ୍ଦ କର

by ସଞ୍ଜୟ ସ୍ୱାଇଁ
May 18, 2021
in Nayagarh
ଗାଁ ଗାଁରେ ତାସ ଖେଳ, ଭୋଜିଭାତ ବନ୍ଦ କର
767
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ। କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଛି ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହରଠାରୁ ଗ୍ରାମ ପର୍ୟ୍ୟନ୍ତ ସବୁଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର କାରଣ ଲୋକମାନଙ୍କ ଅସାବଧାନତା, ଖାମ ଖିଆଲ ମନୋଭାବ , ମାସ୍କ ବ୍ୟବହାର ନ କରିବା ବୋଲି ଜଣାଯାଇଛି। ଏହାଛଡ଼ା ଗାଁ ଗାଁ ରେ ଅଷ୍ଟ ପ୍ରହରୀ, ଭୋଜି ଭାତ , ବିବାହ ଆଦି କାର୍ୟ୍ୟକ୍ରମରେ ଅତ୍ୟଧିକ ଗହଳି , ଗାଁ ଗାଁରେ ମେଳି ହୋଇ ତାସ ଖେଳ ଇତ୍ୟାଦି ବୋଲି ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ସାହୁ ଏଗୁଡ଼ିକୁ ବନ୍ଦ କରିବା ପାଇଁ ସମସ୍ତ ସରପଞ୍ଚମାନଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ସାହୁ କହିଛନ୍ତି , ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ଲୋକମାନଙ୍କୁ ସଚେତନ କରିବା, ପ୍ରଶାସନକୁ ପ୍ରତ୍ୟକ ସ୍ଥିତି ଅବଗତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କଣ୍ଟେମେଣ୍ଟ ଅଞ୍ଚଳ ଲୋକ ବାହାରକୁ ଆସି ବୁଲାବୁଲି କରୁଥିବା ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲାପାଳ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତଙ୍କୁ କହିଛନ୍ତି । ଏହି ବୈଠକରେ ଉପସ୍ଥିତ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଲଂଗଜିତ ରାଉତ , ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡ଼ି , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଶକ୍ତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!