ମହାରାଷ୍ଟ୍ର, (ବାଘୁଆବାର୍ତ୍ତା): କରୋନାରେ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ଶବ ସକ୍ରାର କରିବା ସମୟରେ ଜୀବିତ ହୋଇ ଉଠି ଛିଡ଼ା ହୋଇଯିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ରାଜ୍ୟର ବାରମତି ଜିଲ୍ଲାରେ । ସୂଚନାନୁସାରେ, ବାରମତି ସଦର ଅଞ୍ଚଳରେ ରହୁଥିବା ଶକୁନ୍ତଳା ଗୟାକୱାଡ ନାମକ ଜଣେ ବୟସ୍କା ମହିଳା କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ସେ ଘରୋଇ ସଂଘରୋଧ ରେ ରହୁଥିଲେ । ଘରୋଇ ସଂଗରୋଧରେ ରହିବା ପରେ ଅବସ୍ଥା ବିଗିଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉକ୍ତ ମହିଳାଙ୍କୁ ବେଡ ନମିଳିବାର, ହସ୍ପିଟାଲ ବାହାରେ ବେହୋସ ହୋଇଯାଇଥିଲେ । ପରିବାର ଲୋକ ତାଙ୍କୁ ମୃତ ହୋଇଥିବା ଭାବି ଅନ୍ତିମ ସଂସ୍କାରର ଆୟୋଜନ କରାଯାଇଥିଲା । ତାଙ୍କୁ କୋକେଇରେ ଶ୍ମସାନକୁ ନେଲା ବେଳକୁ ଅଧା ବାଟରେ କୋକେଇରୁ ଉଠି କାନ୍ଦିଥିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ସାଙ୍ଗେ ସାଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୟସ୍କା ମହିଳା ଜଣକ ବାରାମତି ସିଲଭର ଜୁବୁଲି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।






