ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲର ବିଭିନ୍ନ ଅଞ୍ଚଳକୁ କଣ୍ଟେମେଣ୍ଟ ଘୋଷଣା କରାଯାଇଛି । କୋମଣ୍ଡ ପଞ୍ଚାୟତ କୋମଣ୍ଡ ଗ୍ରାମ ମକରପ୍ରଦାସାହି ଓ ମଶାଣିସାହି ସହ ନନ୍ଦିଘୋର ପଞ୍ଚାୟତ ବାଘେରାସାହି, ଡିମିସର ପଞ୍ଚାୟତ ନୂଆସାହି, ବରଗୋରଡ଼ା ପଞ୍ଚାୟତର ବରଗୋରଡ଼ା ଗାଁକୁ କ ଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଜି ଅପରାହ୍ନ ୫ ଘଟିକାରୁ ଅନିଦ୍ଦିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳ ବିଶୋଧନ କରାଯିବ ବୋଲି ଜଣାଯାଇଛି । ଏନେଇ ତହସିଲଦାର ବିଜେୟିତା ସାମନ୍ତ ସିଂହାର ସୂଚନା ଦେଇଛନ୍ତି ।





