ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ପରିସ୍ଥିତିରେ ବଢିବାରେ ଲାଗିଛି । ମହାମାରବେର ସଂକ୍ରମିତଙ୍କ ସଂଖ୍ୟାରେ ନେତା, ମନ୍ତ୍ରୀ ଓ ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଆଜି ବିଜେଡ଼ି ୪ବରିଷ୍ଠ ନେତା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉକ୍ତ ଚାରି ବରିଷ୍ଠ ବିଜେଡ଼ି ନେତା ହେଲେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ରଘୁନାଥ ଗମାଙ୍ଗ ଓ ବିଧାୟକ ପ୍ରଫୁଲ୍ଲ ସାମଲ ।






