Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ଫେରିଲା କରୋନା, ଚିହ୍ନଟ ହେଲେ ୧୪୨ ଆକ୍ରାନ୍ତ, ଜଣଙ୍କ ଜୀବନ ଗଲା

by ସଞ୍ଜୟ ସ୍ୱାଇଁ
December 19, 2023
in Health, State
ପୁଣି ଫେରିଲା କରୋନା, ଚିହ୍ନଟ ହେଲେ ୧୪୨ ଆକ୍ରାନ୍ତ, ଜଣଙ୍କ ଜୀବନ ଗଲା
433
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଣିଥରେ କଡ଼ ଲେଉଟାଇବା ଆରମ୍ଭ କଲାଣି ମହାମାରୀ କରୋନା। ଶୀତର ପ୍ରକୋପ ବଢ଼ିବା ସହ କରୋନା ସଂକ୍ରମଣ ମଧ୍ୟ ତା’ର କାୟା ମେଲାଇବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମୋଟ ୧୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୭୦କୁ ବୃଦ୍ଧି ପାଇଛି। ସେହିପରି କର୍ଣ୍ଣାଟକାରେ କରୋନା ଯୋଗୁ ଜଣଙ୍କ ଜୀବନ ଯାଇଛି। ସୋମବାର ସୁଦ୍ଧା କରୋନା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। କେରଳରେ ୫ ଜଣ ଓ ଉତ୍ତର ପ୍ରଦେଶରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏବେ ଏହି ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଦେଶରେ ଆରୋଗ୍ୟ ହାର ଏବେ ବି ୯୮.୯୧% ରହିଛି। କିନ୍ତୁ ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ବିଶେଷ କରି କେରଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଦିନକରେ ଏଠାରେ ୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୪୯କୁ ବୃଦ୍ଧି ପାଇଛି। କେରଳର ପଡ଼ୋଶୀ କର୍ଣ୍ଣାଟକାରେ ମଧ୍ୟ ଦିନକରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ବଢ଼ୁଥିବାରୁ ସୋମବାର କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖି ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସଂକ୍ରମିତଙ୍କ ସମ୍ପର୍କରେ ତୁରନ୍ତ ରିପୋର୍ଟ କରିବାକୁ ମଧ୍ୟ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତିକୁ ଦେଖି କର୍ଣ୍ଣାଟକାରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ବରିଷ୍ଠ ନାଗରିକ ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନେ ମାସ୍କ ପରିଧାନ କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!