ଓଡ଼ଗାଁ,(ବାଘୁଆବାର୍ତ୍ତା): ରୋହିବାଙ୍କ ଗ୍ରାମ ପଞ୍ଚାୟତ ଧନୁର୍ଜୟପୁର ଗାଁ କଲ୍ୟାଣ ସମିତି ତରଫରୁ ଗ୍ରାମରେ କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ଶିକ୍ଷକ ତଥା ସମାଜସେବୀ ରଞ୍ଜନ କୁମାର ଦାଶ, ଶିକ୍ଷୟିତ୍ରୀ ଦମୟନ୍ତୀ ପାତ୍ର, ମହିଳା ସ୍ୱାସ୍ଥ୍ୟ କର୍ମୀ ଧରିତ୍ରୀ ପଣ୍ଡା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଞ୍ଜନ କୁମାର ନାହାକ ଯୋଗ ଦେଇଥିଲେ। ଜନସଚେତନତା ରାଲି କରାଯାଇ ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ପ୍ଲାକ୍ କାର୍ଡ଼,ସ୍ଲୋଗାନ ଏବଂ ଲିଫ୍ ଲେଟ୍ ମାଧ୍ୟମରେ ପ୍ରଚାର କରାଇଥିଲେ। ସମସ୍ତଙ୍କ ଘରକୁ ଦୁଇଟି ମାସ୍କ ସହିତ ଗୋଟିଏ ଲେଖାଏଁ ସାବୁନ ବଣ୍ଟନ କରାଗଲା। ଗ୍ରାମ ମଝିରେ ମଝିରେ ଆଶାକର୍ମୀ ଶାନ୍ତିଲତା ଦୋରାଙ୍କ ଦ୍ୱାରା ହାତ ଧୋଇବାରର ବିଭିନ୍ନ କୈ।ଶଳ ବତାଯାଇଥିଲା।ସମସ୍ତ କାର୍ୟ୍ୟକ୍ରମକୁ ଅଙ୍ଗନବାଡି କୁନି ନାୟକ ପରିଚାଳନା କରିଥିଲେ।






