ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ଘଟୁଛି । ଜିଲ୍ଲାରେ ଆଜି ନୂଆ ମାତ୍ର ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୫୭୦ ବୋଲି ଜଣାଯାଇଛି । ଜିଲ୍ଲାରେ ଆଜି ଜଣେ ବ୍ୟକ୍ତିଙ୍କ କରୋନା ମୃତ୍ୟୁ ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ଜିଲ୍ଲାରେ କରୋନା ମହାମାରୀରେ ମୋଟ ୧୪୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






